ଭାରତରେ ଉପଲବ୍ଧ ହେଲା ଟେସ୍ଲା କାର୍, କାର ପିଛା ମୂଲ୍ୟ
ଆମେରିକୀୟ ଇଲେକ୍ଟ୍ରିକ କାର୍ ନିର୍ମାତା ଟେସ୍ଲା ବର୍ଷ ଆରମ୍ଭରେ ଭାରତ ବଜାରରେ ଏହାର ମଡେଲ-୩ କାରକୁ ଆଣିବା ପାଇଁ ଘୋଷଣା କରିଥିଲା । ଲମ୍ବା ପ୍ରତୀକ୍ଷା ପରେ କମ୍ପାନି ବେଙ୍ଗାଲୁରୁରେ ଟେସ୍ଲାର ମଡେଲ-୩ କାରର ଡେଲିଭରି କରିଛି ।
(ଦିଲ୍ଲୀ) : ଆମେରିକୀୟ ଇଲେକ୍ଟ୍ରିକ କାର୍ ନିର୍ମାତା ଟେସ୍ଲା ବର୍ଷ ଆରମ୍ଭରେ ଭାରତ ବଜାରରେ ଏହାର ମଡେଲ-୩ କାରକୁ ଆଣିବା ପାଇଁ ଘୋଷଣା କରିଥିଲା । ଲମ୍ବା ପ୍ରତୀକ୍ଷା ପରେ କମ୍ପାନି ବେଙ୍ଗାଲୁରୁରେ ଟେସ୍ଲାର ମଡେଲ-୩ କାରର ଡେଲିଭରି କରିଛି । ଭାରତରେ ଟେସ୍ଲା ମଡେଲ୍-୩ ଇଲେକ୍ଟ୍ରିକ୍ କାର୍ର ମୂଲ୍ୟ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।
ସୂଚନାନୁଯାୟୀ , ଏଲନ୍ ମସ୍କଙ୍କ କମ୍ପାନି ଭାରତୀୟ ବଜାରରେ ଏହାର ମଡେଲ ଇଲେକ୍ଟ୍ରିକ୍ କାରକୁ ସବୁଠାରୁ ପ୍ରଥମେ ବଜାର ପ୍ରବେଶ କରାଇବ । ଟେସ୍ଲା ମଡେଲ ୩ରେ ସିଙ୍ଗିଲ୍ ଏବଂ ଡୁଆଲ ମୋଟର ସେଟ୍ଅପ୍ ରହିଛି । ଏହାର ମୂଳ ଭାରିଆଣ୍ଟ ଗୋଟିଏ ଫୁଲ୍ ଚାର୍ଜରେ ୪୨୩ କିଲୋମିଟରର ଦୂରତ୍ୱ ଯାଇଥାଏ । ଏହି କାର ୬ ସେକେଣ୍ଡରେ ୦ରୁ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଯାଇଥାଏ । ତେବେ ଟପ୍ ଭାରିଆଣ୍ଟ ଗୋଟିଏ ଫୁଲ୍ ଚାର୍ଜରେ ୫୮୬ କିମି ପର୍ଯ୍ୟନ୍ତ ଯିବ । ଏହି ଭାରିଆଣ୍ଟ ମାତ୍ର ୩ ସେକେଣ୍ଡରେ ୦ରୁ ୧୦୦ କିମି ପ୍ରତି ଘଣ୍ଟା ବେଗରେ ବଢ଼ିଥାଏ । ଭାରତରେ ଟେସ୍ଲା ମଡେଲ୍-୩ ଇଲେକ୍ଟ୍ରିକ୍ କାର୍ର ମୂଲ୍ୟ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।