ଟେନିସ : ପୁରୁଷ ଯୁଗୋଳରେ ଭାରତକୁ ସ୍ୱର୍ଣ୍ଣ

(ରିପୋଟର୍ସ ଟୁଡେ) : ଭାରତର ଅନୁଭବି ଟେନିସ ଖେଳାଳୀ ରୋହନ ବୋପନ୍ନା ଏବଂ ଦିବିଜ ସରଣଙ୍କ ଯୋଡି ଭାରତକୁ ଆଜି ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ବୋପନ୍ନା ଏବଂ ଶରଣ ଙ୍କ ଜୋଡି ପୁରୁଷ ଏକକ ବର୍ଗର ଫାଇନାଲ ମ୍ୟାଚ ଜିତିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତୀୟ ଜୋଡି ଅନ୍ତିମ ପର୍ଯ୍ୟାୟରେ କଜାକସ୍ଥାନର ଆଲେକଜ୍ୟାଣ୍ଡର ବୁବଲିକ ଏବଂ ଡେନିସ ୱେସେବ ଙ୍କ ଜୋଡି କୁ ୫୨ ମିନିଟ ମଧ୍ୟରେ ୬-୩, ୬-୪ ସେଟରେ ସିଧାସଳଖ ପରାସ୍ତ କରିଥିଲେ ।

ଏସିଆନ ଗେମ୍ସରେ ଭାରତକୁ ଟେନିସ ଯୁଗୋଳ ବର୍ଗରେ ଏହା ପଞ୍ଚମ ସ୍ୱର୍ଣ୍ଣ ପଦକ ଅଟେ । ଏହା ପୂର୍ବରୁ ଭାରତ ୧୯୯୪,୨୦୦୨, ୨୦୦୬, ୨୦୧୦ ସ୍ୱର୍ଣ୍ଣ ପଦକଯିତିଥିଲା । ବୋପନ୍ନା ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେପଟେ ଶରଣ ୨୦୧୪ରେ ୟୁକି ଭାଂବରୀ ଙ୍କ ସହିତ ପୁରୁଷ ଯୁଗୋଳ ବର୍ଗରେ କାଂଶ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ସୋମଦେବ ଦେବବର୍ମନ ଏବଂ ସମନ ସିଂ ଡବଲସ୍ ରେ ୨୦୧୦ ଗାଙ୍ଗଜୁ ଏସିଆନ ଗେମ୍ସରେ କାଂଶ୍ୟ ପଦକ ଜିତିଥିଲେ । ଏହା ସହିତ ମହେଶ ଭୂପତି ଏବଂ ଲିଆଣ୍ଡର ପେସଙ୍କ ଯୋଡି ୨୦୦୨ ଏବଂ ୨୦୦୬ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ପେସଙ୍କ ପସନ୍ଦର ଯୋଡି ନ ମିଳିବାରୁ ଶେଷ ମୁହୁର୍ତ୍ତରେ ନିଜ ନାମକୁ ଫେରାଇ ନେଇଥିଲେ ।