ମୋମୋ ଖାଉଥିବା ବେଳେ ହତ୍ୟାକାଣ୍ଡ, କାନ୍ଧରେ କାନ୍ଧ ବାଜିଲା ବୋଲି ଛୁରି ଭୁସି ହତ୍ୟା

ନୂଆଦିଲ୍ଲୀ : ମୋମୋ ଦୋକାନ ସାମ୍ନାରେ ହତ୍ୟାକାଣ୍ଡ । ଦୁଇ ଗ୍ରାହକଙ୍କର କାନ୍ଧରେ କାନ୍ଧ ବାଜିଯିବାରୁ ଛୁରି ଭୁସି କଲେ ହତ୍ୟା । ୧୭ ବର୍ଷର ନାବାଳକ ଅନ୍ୟ ଜଣେ ନାବାଳକଙ୍କୁ କରିଛି ହତ୍ୟା । ଏଭଳି ଅଭାବନୀୟ ଘଟଣା ଦିଲ୍ଲୀ ଦ୍ୱାରକା ଅନ୍ତର୍ଗତ ଦାବ୍ରି ଅଞ୍ଚଳରେ ଘଟିଛି ।

ଡିମେସ୍ୱର ୧୭ ତାରିଖ ଦିନ ରୋହତାଶ ନଗର ଅଞ୍ଚଳରେ ଥିବା ମୋମୋ ଦୋକାନରେ ଦୁଇଜଣ ଗ୍ରାହକ ମୋମୋ ଖାଉଥିଲେ । ସେହି ସମୟରେ ଦୋକାନ ସାମ୍ନାରେ ଉଭୟଙ୍କର କାନ୍ଧରେ କାନ୍‌ଧ ବାଜିଥିଲା ଫଳରେ ଏହି ସାମାନ୍ୟ କଥାରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଏଥିରେ ରାଗିଯାଇ ୧୭ ବର୍ଷୀୟ ନାବାଳକ ଅନ୍ୟ ଜଣେ ନାବାଳକଙ୍କୁ ଛୁରି ଭୁସି ହତ୍ୟା କରିଥିବା ପୋଲିସ କହିଛି । ଏହି ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି ।

ଯେତେବେଳେ ନାବାଳକ ଜଣକୁ ଅନ୍ୟ ଜଣେ ନାବାଳକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିଲେ ସେତେବେଳେ ପୀଡ଼ିତ ନାବାଳକର ବନ୍ଧୁ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ସେନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ନାବାଳକକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ହେଲେ ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ଏନେଇ ପୋଲିସ ଅଭିଯୁକ୍ତ ନାବାଳକକୁ ଖୋଜିବା ସହ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି ।