ଆଜିକାଲି କ୍ରିକେଟ ଜଗତରେ IPL ୨୦୨୬ କୁ ନେଇ ଭାରି ଚର୍ଚ୍ଚା ଚାଲିଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀମାନେ ଇଣ୍ଡିଆନ ପ୍ରିମିୟର ଲିଗକୁ ମନଭରି ଉପଭୋଗ କରୁଛନ୍ତି। କିନ୍ତୁ IPL ଶେଷ ହେବା ପରେ ମଧ୍ୟ କ୍ରିକେଟର ରୋମାଞ୍ଚ କମିବ ନାହିଁ। IPL ପରେ ଭାରତୀୟ କ୍ରିକେଟ ଦଳ ଆସନ୍ତା ୩୦ ଦିନ ମଧ୍ୟରେ ମୋଟ ୧୦ଟି T20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ସମସ୍ତ ମ୍ୟାଚ୍ ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଜିମ୍ବାୱେ ବିରୁଦ୍ଧରେ ଖେଳାଯିବ। ଜୁନ୍ ୨୬ ରୁ ଜୁଲାଇ ୨୬ ମଧ୍ୟରେ ଏହି ସିରିଜ୍ଗୁଡ଼ିକ ଆୟୋଜିତ ହେବ। ପ୍ରଥମେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ଗସ୍ତ କରି ୨ଟି T20 ମ୍ୟାଚ୍ ଖେଳିବ। ତା ପରେ ଇଂଲଣ୍ଡ ବିରୁଦ୍ଧରେ ୫ଟି T20 ମ୍ୟାଚ୍ ଖେଳିବା ପାଇଁ ଦଳ ଇଂଲଣ୍ଡ ଯାତ୍ରା କରିବ। ଶେଷରେ ଜିମ୍ବାୱେ ବିରୁଦ୍ଧରେ ୩ଟି T20 ସିରିଜ୍ ପାଇଁ ଗସ୍ତ କରିବ।
ଆୟର୍ଲାଣ୍ଡ ସିରିଜ୍ (2 T20)
ଜୁନ୍ ୨୬ – ପ୍ରଥମ T20 (ବେଲଫାଷ୍ଟ)
ଜୁନ୍ ୨୮ – ଦ୍ୱିତୀୟ T20 (ବେଲଫାଷ୍ଟ)
ଇଂଲଣ୍ଡ ସିରିଜ୍ (5 T20)
ଜୁଲାଇ ୧ – ପ୍ରଥମ T20 (ଡରହାମ)
ଜୁଲାଇ ୪ – ଦ୍ୱିତୀୟ T20 (ମାଞ୍ଚେଷ୍ଟର)
ଜୁଲାଇ ୭ – ତୃତୀୟ T20 (ନଟିଂହାମ)
ଜୁଲାଇ ୯ – ଚତୁର୍ଥ T20 (ବ୍ରିଷ୍ଟଲ)
ଜୁଲାଇ ୧୧ – ପଞ୍ଚମ T20 (ସାଉଥାମ୍ପଟନ)
ଜିମ୍ବାୱେ ସିରିଜ୍ (3 T20)
ଜୁଲାଇ ୨୩ – ପ୍ରଥମ T20 (ହରାରେ)
ଜୁଲାଇ ୨୫ – ଦ୍ୱିତୀୟ T20 (ହରାରେ)
ଜୁଲାଇ ୨୬ – ତୃତୀୟ T20 (ହରାରେ)
IPL ଶେଷ ହେଲେ ମଧ୍ୟ କ୍ରିକେଟ ପ୍ରେମୀମାନଙ୍କ ପାଇଁ ରୋମାଞ୍ଚ ଚାଲୁ ରହିବ। ଟିମ୍ ଇଣ୍ଡିଆର ଏହି ବ୍ୟସ୍ତ ସୂଚୀ କ୍ରିକେଟ ଫ୍ୟାନ୍ସମାନଙ୍କୁ ଆଗାମୀ ମାସରେ ଲଗାତାର ମ୍ୟାଚ୍ ଦେଖିବାର ସୁଯୋଗ ଦେବ।