(ମନିଲ କୁମାର ମହାରଣା): ଆଗାମୀ ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ତାଳଚେର ଫର୍ଟିଲାଇଜର ଲିମିଟେଡର ଶିଳାନ୍ୟାସ କରିବେ । ତେବେ କଂଗ୍ରେସ ପକ୍ଷରୁ ଏହାକୁ ନିର୍ବାଚନୀ ଚାଲ ବୋଲି ଅଭିଯୋଗ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୁରେଶ ବେହେରା, ବ୍ଲକ ସଭାପତି ହାଡ଼ିବନ୍ଧୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ତାଳଚେର ସାର କାରଖାନାରେ ତରବରିଆ ଭାବେ ଭିତ୍ତିପ୍ରସ୍ତର ପଡ଼ିବାକୁ ନେଇ ସମାଲୋଚନା କରିଥିଲେ । ୨୦୧୮ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ସୁଦ୍ଧା ନିର୍ବାଚନ ଆଉ କମ ସମୟ ଥିବାରୁ ଭୋଟରଙ୍କୁ ହାତେଇବା ପାଇଁ କେବଳ ଏପରି କରାଯାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।