ବହୁଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ମାମଲାରେ ରାୟ, ଆଜୀବନ କାରାଦଣ୍ଡ

ବହୁଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଆସିଛି ବହୁ ପ୍ରତୀକ୍ଷିତ ରାୟ। ହତ୍ୟାକାଣ୍ଡର ଅଭିଯୁକ୍ତ ତଥା ପ୍ରେମିକ ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ।

J&K Police Arrest Two, Including Teacher, Over Alleged Aid to JeM Commander

୨୦୨୧ ମସିହା ଜୁଲାଇ ୫ ତାରିଖରେ ଭୁବନେଶ୍ୱରର ଭୀମଟାଙ୍ଗୀ ଅଞ୍ଚଳରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୋଗ ଅନୁସାରେ, ପ୍ରିୟଙ୍କାଙ୍କ ସ୍ୱାମୀ ଡ୍ୟୁଟିକୁ ଯିବା ପରେ ଜଗନ୍ନାଥ ପ୍ରଧାନ ତାଙ୍କ ଘରକୁ ଯାଇଥିଲେ। ସେ ପ୍ରିୟଙ୍କାଙ୍କ ପୁଅ ପାଇଁ ଦହିବରା ନେଇଯାଇଥିଲେ। ପରେ ପ୍ରିୟଙ୍କାଙ୍କୁ ହତ୍ୟା କରି ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲେ। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଘଟଣାର ତଦନ୍ତ ସେତେବେଳେ ତତ୍କାଳୀନ ଏୟାରଫିଲ୍ଡ ଥାନା ଅଧିକାରୀ ରାଧାକାନ୍ତ ସାହୁ କରିଥିଲେ। ତଦନ୍ତ ପରେ ୫୫ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରାୟ ୨୫୦ ପୃଷ୍ଠାର ଚାର୍ଜସିଟ୍ ଅଦାଲତରେ ଦାଖଲ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଜଗନ୍ନାଥ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।