( ମନିଲ କୁମାର ମହାରଣା): ପାଞ୍ଚ ଦଫା ଦାବି ନେଇ ରାଜ୍ୟର ଡିପ୍ଲୋମା ଇଂଜିନିୟରମାନଙ୍କ ପକ୍ଷରୁ ସମୂହ ଛୁଟି ଆନ୍ଦୋଳନ ଆରମ୍ଭ ହୋଇଛି । ତାଳଚେରଠାରେ ଓଡିଶା ଡିପ୍ଲୋମା ଇଂଜିନିୟରିଂ ସେବାସଂଘ ତାଳଚେର ଶାଖା ଆନୁକୁଲ୍ୟରେ ଡିପ୍ଲୋମା ଇଂଜିନିୟରମାନେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ୪୪ ଦିନ ପର୍ୟ୍ୟନ୍ତ ଛୁଟିରେ ଯାଉଥିବା ପ୍ରକାଶ କରିଛନ୍ତି । ସରକାରଙ୍କ ଚରମ ଅବହେଳାର ଶୀକାର ହେଇଛନ୍ତି ସେମାନେ । ଦୀର୍ଘଦିନରୁ ଏହି ଦାବୀ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ରାଜ୍ୟ ସଂଘ ଡ଼ାକରାରେ ତାଳଚେର ଶାଖା ତରଫରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି ।