ରାଇରଙ୍ଗପୁର: ସନ୍ଦେହ କରି ସ୍ତ୍ରୀକୁ ହାଣିଲେ ସ୍ୱାମୀ । ପୁଅ ଆଗରେ ମାଆକୁ ହତ୍ୟା । ମୃତକ ହେଲେ ମାହା ଦେଓଲା, । ଅଭିଯୁକ୍ତ ସ୍ୱାମୀ ହେଲେ ବୁଡାନ୍ ବାସ୍କେ୍ । ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଡଲାଯୋଡି ଗ୍ରାମରେ । ସ୍ତ୍ରୀକୁ ସନ୍ଦେହ କରି ନିଶାଶକ୍ତ ଅବସ୍ଥାରେ କୁରାଢିରେ ହାଣିଦେଲା ସ୍ୱାମୀ । ରାତିରେ ସମସ୍ତେ ଖାଇ କି ଶୋଇଥିବାବେଳେ ନିଶାଶକ୍ତ ସ୍ୱାମୀ ଏକ ପିଢା ଏବଂ କୁରାଡୀରେ ଆଘାତ କରି ସ୍ତ୍ରୀକୁ ହତ୍ୟା କରିଛି । ତେବେ ପାଖରେ ଶୋଇଥିବା ପୁଅଟି ଶଦ୍ଦ ଶୁଣି ଉଠିବା ପରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ମାଆଙ୍କର ସେତେବେଳେ ପ୍ରାଣବାୟୁ ଉଡି ଯାଇଥିଲା ।
ହତ୍ୟା କରିବା ପରେ ନିଜ ଘରଠାରୁ କିଛି ଦୂରରେ ଥିବା ସାନଭାଇ ପାଖକୁ ଯାଇ କହିଥିଲା ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି ମୁଁ ଜେଲ ଯିବି । ଏ ଘଟଣା ବିଷୟରେ ସାନ ଭାଇ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ଅଧିକ ତଦନ୍ତ ପରେ ପଦାକୁ ଆସିବ ସତ୍ୟ ।