ପ୍ରଦୂଷଣ ଯନ୍ତ୍ରଣାରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଦୀର୍ଘ ଦିନର ପ୍ରଦୂଷଣ ଯନ୍ତ୍ରଣାରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ଦିଲ୍ଲୀବାସୀଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ରାଜଧାନୀ ଦିଲ୍ଲୀରେ ବାୟୁର ମାନରେ ସୁଧାର ଆସିବା ପରେ ହଟାଇ ଦିଆଯାଇଛି GRAP-3 କଟକଣା। ଏନେଇ ନିଷ୍ପତ୍ତି ନେଇଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବା CAQM। ସୂଚନା ଅନୁସାରେ, ନଭେମ୍ବର ୧୭ ତାରିଖରେ ଦିଲ୍ଲୀର ଦୈନିକ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ୨୦୪ ରେକର୍ଡ କରାଯାଇଛି। ପୂର୍ବରୁ ପ୍ରଦୂଷଣ ସ୍ତର ୪୦୦ ଅତିକ୍ରମ କରିଥିବା ବେଳେ ଏବେ ଏଥିରେ ଉଲ୍ଲେଖନୀୟ ହ୍ରାସ ଆସିଛି। ଏହାକୁ ଦୃଷ୍ଟିରେ ରଖି GRAP-3 ହଟାଇବାକୁ ନିଷ୍ପତ୍ତି ହୋଇଛି।

After slight improvement in air quality, GRAP III curbs lifted in Delhi-NCR  | Delhi News - The Indian Express

ତେବେ ଏହାର ଅର୍ଥ ନୁହେଁ ଯେ ଦିଲ୍ଲୀରୁ ସମସ୍ତ ପ୍ରଦୂଷଣ କଟକଣା ହଟିଯାଇଛି। GRAP-1 ଓ GRAP-2 ଅନ୍ତର୍ଗତ ନିୟମ ଏବେ ମଧ୍ୟ ବଳବତ୍ତର ରହିବ। ଏହାସହ ଅକ୍ଟୋବର ୩୦ରେ ଜାରି ହୋଇଥିବା କିଛି ସ୍ୱତନ୍ତ୍ର କଟକଣା ମଧ୍ୟ ଜାରି ରହିବ। ଅଧିକ ପ୍ରଦୂଷଣ ଯୋଗୁଁ ନଭେମ୍ବର ୭ ତାରିଖରେ GRAP-3 ଲାଗୁ ହୋଇଥିଲା। ଏବେ ପ୍ରଦୂଷଣ ସ୍ଥିତିରେ ସୁଧାର ଆସିବା ପରେ ଲୋକଙ୍କୁ ମିଳିଛି କିଛିଟା ଆଶ୍ୱସ୍ତି। ତେବେ ଆଗକୁ ଦିଲ୍ଲୀର ବାୟୁ କେତେ ସ୍ୱଚ୍ଛ ରହୁଛି, ତାହା ଉପରେ ସମସ୍ତଙ୍କ ନଜର।