ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ପରଦା ହଟିବାରେ ଲାଗିଛି । ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ଏବେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି । ତେବେ ଏହି ମାମଲାର ତଦନ୍ତ ପାଇଁ ଇଡି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଥିଲା । କିନ୍ତୁ ରିୟା ଏହାକୁ ପ୍ରତ୍ୟାଖାନ କରିଛନ୍ତି । ସେ ଇଡି ସମ୍ମୁଖରେ ହାଜର ହେବାକୁ ସଫା ସଫା ମନା କରିଦେଇଛନ୍ତି । ଏ ନେଇ ଇଡିଙ୍କୁ ଏକ ମେଲ୍ ମାଧ୍ୟମରେ ଜଣାଇଛନ୍ତି । ସେ ମେଲ୍ରେ ଲେଖିଛନ୍ତି, ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ଶୁଣାଣି ଶେଷ ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ ନ କରାଯାଉ । କିନ୍ତ ରିୟାଙ୍କ ୁ ତରଫରୁ ଏହି ଆବେଦନକୁ ଇଡି ଖାରଜ କରିଛି ଏବଂ ଆଜି ହିଁ ରିୟାଙ୍କୁ ହାଜର ହେବାକୁ କୁହାଯାଇଛି ।