ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ମିଶନ ଶକ୍ତି ରିଟେଲ ମାର୍ଟ ଦୋକାନ ଗୁହ ଟିକୁ ସଂଘ ସଭାନେତ୍ରୀ ମୀରା ବାରିକ ଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ସମୟରେ ସମ୍ପାଦିକା ମାଧୁରୀ ମେହେର, ଏମ ବି କେ, ବବିତା ରାଣୀ ମହାପାତ୍ର, ସମିତି ସଭ୍ୟା ଲିଲି ମେହେର, ସି ଆର ପି, ରେଖା ନାଏକ, ସୁମତି ମେହେର, ଦମୟନ୍ତୀ ମେହେର,ସ୍ୱପ୍ନା ମେହେର, ଦୁଲାନା ମେହେର, ପଦ୍ମିନୀ ସେଠି, ବନିତା ନନ୍ଦ, ଝରଣା ଦାସ, ତାପସପିନୀ ମହାନନ୍ଦ ଓ ସମସ୍ତ ଇ ସି, ସଭ୍ୟା ଉପସ୍ଥିତ ଥିଲେ l ଦୋକାନ ଗୃହ ଟି ପାଇଥିବା ସ୍ୱୟଂ ସାହାୟିକା ରଘୁନାଥ ଗୋଷ୍ଠୀର ସଦସ୍ୟା ଜିତା ମେହେର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ଥିବା ସହିତ ବହୁତ ଖୁସି ଅନୁଭବ କରିଛନ୍ତି l