ଛାତ୍ର ନିଖୋଜ

ଦାରଙ୍ଗବାଡି: ଦଶମ ଶ୍ରେଣୀ ଛାତ୍ର ନିଖୋଜ । ଏ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାଁରେ । ଛାତ୍ର ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଛି । ତେବେ ନିଖୋଜ ଛାତ୍ର ଜଣଙ୍କ ହେଉଛନ୍ତି ବାଲିଗୁଡା ନୂଆସାହିର ବଳରାମ ସାହୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳ ନୂଆସାହିର ଜଣେ ୧୦ମ ଶ୍ରେଣୀ ଛାତ୍ର ଟ୍ୟୁସନକୁ ଯାଉଥିବାବେଳେ ରାସ୍ତାରୁ ନିଖୋଜ ହୋଇଛନ୍ତି । ଏ ନେଇ ନିଖୋଜ ଛାତ୍ରର ବଡବାପା ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଛାତ୍ର ଜଣଙ୍କ ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ଘରୁ ବାହାରି ସୁନାପାଙ୍ଗ ସାହି ସ୍ଥିତ ଟ୍ୟୁସନ ସାରଙ୍କ ଘରକୁ ଯାଉଥିଲେ । କିନ୍ତୁ ସେ ଟ୍ୟୁସନରେ ପହଞ୍ଚି ପାରିନଥିଲେ, ବାଟରୁ ନିଖୋଜ ହୋଇଯାଇଛନ୍ତି । ତେବେ ଘର ଲୋକ ତାଙ୍କୁ ମଙ୍ଗଳବାରଠାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତାଙ୍କୁ ନପାଇବାରୁ ଏ ନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ସ୍କୁଲ ଛାତ୍ରର ସନ୍ଧାନ ନେଇ ତଦନ୍ତ ଜାରି ରଖିଛି ।