ଏସଟିଏଫ ପଞ୍ଝାରେ ଚୋରା ବନ୍ଧୁକ ବେପାରୀ

(ରିପୋଟର୍ସ ଟୁଡେ/ ସରୋଜ କୁମାର ରାଉତ): ଏସିଟିଏଫ ହାତରେ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବପୋରୀ । ଚୋରା ବନ୍ଧୁକ କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଏସଟିଏଫ ଗିରଫ କରିଛି। ଉଭୟଙ୍କ ପାଖରୁ ସେଭେନ ଏମଏମ ଅଟୋମେଟିକ ପିସ୍ତଲ ୫ଟି, ୭ଟି ମ୍ୟାଗାଜିନ୍, ୭ଟି ଗୁଳି ଜବତ କରାଯାଇଛି। ଗିରଫ ଦୁଇ ମାଫିଆ ହେଉଛନ୍ତି ବିହାରର ରବୀନ୍ଦ୍ର ପ୍ରସାଦ ମୁଙ୍ଗେର ଓ ବାଲେଶ୍ୱର ଶ୍ରୀକୃଷ୍ଣପୁରର ବିଶ୍ୱନାଥ ବିଷୋୟୀ।

ଏକ ବିଶେଷସୂତ୍ରରୁ ଖବର ପାଇ ଚୋରା ବନ୍ଧୁକ କାରବାର ଚାଲିଥିବା ନେଇ ଖବର ପାଇ ଭଦ୍ରକ ରାଣିତାଲ ପାଖରେ ଦୁଇ ଅଭିଯୁକ୍ତଙ୍କ ଧରିଥିଲା ଏସଟିଏଫ। ଉଭୟଙ୍କ ପାଖରୁ ଚୋରା ବନ୍ଧୁକ ଓ ଗୁଳି ଜବତ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ବର୍ଷ ଭିତରେ ଚୋରା ବନ୍ଧୁକ କାରବାର ଉପରେ ଏସଟିଏଫ ଚଢାଉ କରି ୨୭ ବନ୍ଧୁକ ଓ ୬୧ ଗୁଳି ଜବତ କରିବା ସହ ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିଛି।