ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ୱର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଜ୍ଞପ୍ତି ଅନୁଯାୟା, ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଅମୃତ ମୋହନ ପ୍ରସାଦ ଜେଲ ବିଭାଗ ଡିଜି ଦାୟିତ୍ବ ତୁଲାଇବେ। ସେହିପରି ଲଳିତ ଦାସଙ୍କୁ ଏଚ୍‌ଆର୍‌ପିସି ଏଡିଜି ଦାୟିତ୍ବ ଦିଆଯାଇଛି।  ସ୍ବତନ୍ତ୍ର ଗୋଇନ୍ଦା ବିଭାଗ (SIW)ର ଡିଆଇଜି ହୋଇଛନ୍ତି ଉମାଶଙ୍କର ଦାସ। ବ୍ରିଜେଶ କୁମାର ରାୟଙ୍କୁ ଟ୍ବିନ ସିଟିର ଅତିରିକ୍ତ ପୁଲିସ କମିଶନର ଦାୟିତ୍ବ ଦିଆଯାଇଛି।