ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିବ କଟକଣା । ପାନ ଗୁଟକାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଶ୍ରୀମନ୍ଦିର ଭିତରେ କେହି ପାନ ଗୁଟଖା ଖାଇବେ ନାହିଁ । ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ । ମନ୍ଦିର ଭିତରେ ସେବାୟତ, ପୋଲିସ ,ଭକ୍ତ ଆଦି କେହି ପାନ ଗୁଟଖା ଖାଇ ପାରିବେ ନାହିଁ । ପୁର୍ବରୁ ଶ୍ରୀମନ୍ଦିର ପରିସରରେ ପାନ ଗୁଟଖା ଖାଇଲେ ୫ଶହ ଟଙ୍କା ଜରିମାନା କରାଯାଇଥିଲା । କିନ୍ତୁ ଏହି ନିୟମକୁ କେହି ମାନି ନାହାନ୍ତି । ଜାନୁଆରୀ ୧ରୁ ନିୟମ ଅଧିକ କଡାକଡି ହେବ ।