ତିନି ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତେବେ ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ।

(ଭୁବନେଶ୍ୱର) : କେରଳ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତେବେ ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଜଲଦି ଅର୍ଥାତ ୩ଦିନ ପୂର୍ବରୁ ଛୁଇଁଛି ।

ମୌସୁମୀ ବାୟୁ ଛୁଇଁବା ପରେ କେରଳର ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି। ତେବେ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି।


ସୂଚନାନୁଯାୟୀ , ଆଇଏମ୍‌ଡିର କହିବା ମୁତାବକ, ଆଗାମୀ ଦିନରେ କେରଳର ବିଭିନ୍ନ ଅଞ୍ଚଳ ସହ ଉପକୂଳବର୍ତ୍ତୀ ଅଞ୍ଚଳ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମନସୁନ୍‌ ପ୍ରଭାବ ଦେଖିବାୁ ମିଳିବ। ଏଥିସହ ଆଜି ଠାରୁ ଜୁନ୍‌ ୧ ଯାଏଁ କେରଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।