ରାତି ଅଧରେ ସୌମ୍ୟଙ୍କ କ୍ୱାଟରକୁୁ ଯାଉଥିଲେ ଡିଏଫଓ : ପୂର୍ବତନ ରାତ୍ରି ଜଗୁଆଳ
(ଗଜପତି): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣା ଦିନକୁ ଦିନ ଅସମାହିତ ପ୍ରଶ୍ନ ଭିତରେ ଘେରିହେବାରେ ଲାଗିଛି । ସୌମ୍ୟ ମୃତ୍ୟୁକୁ ୫୦ ଦିନ ବିତିଗଲାଣି ହେଲେ କୌଣସି ନିଷ୍ଟର୍ଷରେ ପହଞ୍ଚିପାରିନି ପୁଲିସ । ଏବଂ ସୌମ୍ୟଙ୍କ ପରିବାର ଏହି ତଦନ୍ତ ଉପରେ ଭରସା ମଧ୍ୟ କରିପାରୁନାହନ୍ତି । ଏହାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏବେ ଏଣ୍ଟ୍ରି କରିଛନ୍ତି ଡିଏଫଓଙ୍କ ପୂବ୍ରତନ ରାତ୍ରୀଯଗୁଆଳ । ଏବଂ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ପୂର୍ବତନ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନ କହିଛନ୍ତି ରାତିରେ ସୌମ୍ୟଙ୍କ ଘରକୁ ଯାଆନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ତେବେ ଏଠି ପ୍ରଶ୍ନ ଉଠୁଛି ଏହି ବୟାନ ଧରାଇ ପାରିବ କି ସୌମ୍ୟ ମୃତ୍ୟୁପଛର ଅସଲ ଦୋଷୀକୁ ? ଧରାପଡିବ କିି ଡିଏଫଓଙ୍କ ସତ ? ଏହାପରେ ଆଉ କେଉଁ ମୋଡ ନେବ ଏହି ଘଟଣା ? ଏମିତି ଅନେକ କିଛି । ସୂଚନା ଅନୁଯାୟୀ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ କାର୍ୟ୍ୟାଳୟର ଗତ ଡ଼ିସେମ୍ବର ମାସ ପର୍ୟ୍ୟନ୍ତ କାର୍ୟ୍ୟ କରିଆସୁଥିଲେ ଗଙ୍ଗା ପ୍ରଧାନ । ରାତ୍ରି ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ସେ ଦିନେ ଡିଏଫଓ ସଂଗ୍ରାମ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଯାଉଥିବା ସେ ଦେଖିଥିଲେ ।
ତେବେ ସେ କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ହୁଏତ ଅଧିକ ତଥ୍ୟ ପାଇଁ ଗଙ୍ଗାଙ୍କୁ ତଦନ୍ତ ପରିସରଭୁକ୍ତ କରି ତାଙ୍କ ବୟାନ ରେକର୍ଡ କରିପାରେ କ୍ରାଇମବ୍ରାଞ୍ଚ ।