ସଡ଼କ ସୁରକ୍ଷା ନେଇ ସଜାଗ ହୋଇଛନ୍ତି ସୁବର୍ଣ୍ଣପୁର ପରିବହନ ବିଭାଗ

(ଓମ ପ୍ରକାଶ ମିଶ୍ର, ସୋନପୁର ) : ଦୁର୍ଘଟଣାକୁ କଡାକଡି ଭାବେ ରୋକିବା ଓ ଜନତାଙ୍କ ସୁରକ୍ଷା ପାଇଁ ଜିଲ୍ଲା ପରିବହନ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ସମସ୍ତେ ଲାଗିପଡିଛନ୍ତି। ବେଆଇନ ଚାଳକଙ୍କୁ ସଚେତନ କରିବା ସହିତ ଯାନବାହନ ଗୁଡିକର କାଗଜପତ୍ର ,ହେଲ୍ ମେଟ ଓ ଲାଇସେନ୍ସ ଯାଞ୍ଚ କରି ଫାଇନ ଆଦାୟ କରାଯାଉଛି ।ସଡ଼କ ସୁରକ୍ଷାକୁ ନେଇ ସଜାଗ ହୋଇଛନ୍ତି ସୁବର୍ଣ୍ଣପୁର ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ।

ଆଜି କଳାପଥର ଛକଠାରେ ଯାନବାହନ ଚଳାଚଳ ବ୍ୟବସ୍ଥାକୁ କଡାକଡି କରିଛି ଜିଲ୍ଲା ପରିବହନ ବିଭାଗ । ବେଆଇନ ଚାଳକଙ୍କୁ ସଚେତନ କରିବା ସହିତ ଇ ମେସିନ ବ୍ୟବହାର କରି ସେମାନଙ୍କ ଠାରୁ ନିର୍ଦ୍ଧାରଣ ମୁତାବକ ଫାଇନ ଆଦାୟ କରାଯାଉଛି । ରାସ୍ତାରେ ଜଗି ରହି ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ବେପାରୁଆ ଗାଡ଼ି ଚଳାଉଥିବା ଚାଳକଙ୍କ ଗୁଡିକର କାଗଜପତ୍ର,ଲାଇସେନ୍ସ ଓ ହେଲ୍ ମେଣ୍ଟ ଚେକିଂ କରୁଥିବା ଦେଖିବାକୁ ମିଳିଛି। ମୋଟର ସାଇକେଲ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସ,ମଦପିଇ ଗାଡ଼ି ଚଳାଉ ଥିବା, ହେଲମେଟ, ଛୋଟ ,ବଡ ଗାଡ଼ି ରେଜିଷ୍ଟ୍ରେସନ ଆଦି ଯାଞ୍ଚ କରି ଇ ମେସିନ ବ୍ୟବହାର କରି ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି।ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିବହନ ବିଭାଗ, ପୋଲିସ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଛନ୍ତି । ସଡକ ସୁରକ୍ଷା ଓ ଜୀବନ ରକ୍ଷା ଲକ୍ଷ୍ୟ ନେଇ ପରିବହନ କାର୍ୟ୍ୟ।ଳୟ ପରିସରରେ ଆର୍ ଟିଓ ଡ୍ରାଇଭିଂ ଟେଷ୍ଟିଙ୍ଗ କରୁଥିବାର ଦେଖିବାକୁ ମିଳିଛି। ତେବେ ଏ ବର୍ଷ ଜିଲ୍ଲା ଦୁର୍ଘଟଣା ରୋକିବାକୁ ବ୍ୟାପକ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଆର୍ ଟି ଓ ରବିନ୍ ପଟ୍ଟନାୟକ।