କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଦାରିଙ୍ଗିବାଡିରେ ତୁଷାରପାତ
ଗୋଟିଏ ପଟେ ରାଜ୍ୟରେ କେତେକ ସ୍ଥାନରେ ବର୍ଷ ଜାରିରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଜାରି ରହିଛି ଶୀତ ଲହରି।
(ଦାରିଙ୍ଗିବାଡ଼ି) : ଗୋଟିଏ ପଟେ ରାଜ୍ୟରେ କେତେକ ସ୍ଥାନରେ ବର୍ଷ ଜାରିରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଜାରି ରହିଛି ଶୀତ ଲହରି। ଦାରିଙ୍ଗବାଡ଼ିରେ ୭ ଡିଗ୍ରୀକୁ ଖସିଛି ପାରଦ। ଫଳରେ ପୁଣି କିଛିଦିନ ବ୍ୟବଧ୍ୟାନ ପରେ ତୁଷାରପାତ ହୋଇଛି । ଦୀର୍ଘ ଦିନ ପରେ ଦୁଇ ଦିନ ହେଲା ଦାରିଙ୍ଗବାଡ଼ିରେ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ଯାହାର ପର୍ଯ୍ୟଟକମାନେ ଏହାର ମଜା ଉଠାଉଥିବାର ନଜର ଆସିଛି ।
ସୂଚନାନୁଯାୟୀ , ଅସହ୍ୟ ଶୀତ ଯୋଗୁଁ ଲୋକମାନେ ସକାଳୁ ସକାଳୁ ଚା ପିଆଲାର ମଜା ନେଉଛନ୍ତି । ଶୀତ ଯୋଗୁଁ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। ସେହିପରି ଅନ୍ୟ କିଛି ସ୍ଥାନରେ ଘନ କୁହୁଢି ହୋଇଥିବା ଦେଖିବାକୁ ମିଳୁଛି।