ସେକ ଫଇଜାନ କାଦରୀ / ଭଦ୍ରକ: ବିଶିଷ୍ଟ ସାହିତ୍ୟିକ, ଅନୁବାଦକ,ଲେଖକ ତଥା ହିନ୍ଦୀ ପ୍ରଚାରକ ଡାକ୍ତର ଆର ଶିବାଜୀ ରାଓଙ୍କ ୬ଷଷ୍ଠ ତମ ସ୍ମୃତି ସମାରୋହ ସ୍ଥାନୀୟ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡାକ୍ତର ଆର ଶିବାଜୀ ରାଓ ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ସ୍ମୃତି ସଭାକୁ ସ୍ୱଭାପତିତ୍ୱ କରିଥିଲେ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରଦୀପ ନାୟକ, ମୁଖ୍ୟ ବକ୍ତା ଭାବରେ ପଣ୍ଡିତ ସଂଗ୍ରାମ ଆଚାର୍ୟ୍ୟ। ଅତିଥି ପରିଚୟ ଦେଇଥିଲେ ଟ୍ରଷ୍ଟର ଉପ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ। ଏହି କାର୍ୟ୍ୟକ୍ରମରେ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ସ୍ଵର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଡାକ୍ତର ରାଓ ଜଣେ ସରଳ ମଣିଷ ଓ ଏକା ଧାରାରେ ଜଣେ ଶିକ୍ଷକ ,ଚିକିତ୍ସକ ଏବଂ ସାହିତ୍ୟିକ ହେବା ଏକ ବିରଳ ବ୍ୟକ୍ତିତ୍ବର ପରିଚୟ ବୋଲି ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଧାୟକଙ୍କୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ‘ସେବା ଗୌରବ ‘ ସମ୍ମାନରେ ସମ୍ମାନିତ କରାଯିବା ସହ କେତେକ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।