(ରିପୋର୍ଟସ ଟୁଡ଼େ)ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ନ ୪ଟା ରୁ ରାତି ୮ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ । ଏହି ବନକଲାଗିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପାରମ୍ପରିକ ରଙ୍ଗ ହିଂଗୁଳ, ହରିତାଳ, କର୍ପୂର, ଚନ୍ଦନ ଓ କସ୍ତୁରୀ ଲଗାଯାଇ ଶୃଙ୍ଗାର କରାଯିବା ପରମ୍ପରା ରହିଛି ।