ବ୍ୟୁୁରୋ : ପାକିସ୍ତାନ ସୀମା ପାର କରି ଭାରତକୁ ଆସିଥବା ସୀମାଙ୍କୁ କିଏ ବା ନ ଜାଣେ । ସୀମା ହାଇଦର ପୁଣି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୀମା ହାଇଦର ଗର୍ଭବତି ଥିବା କଥା ଏବେ ସାମ୍ନାକୁ ଆସିଛି । ଏହି ବିଷୟରେ ସଚିନଙ୍କ ପରିବାରର ଜଣେ ସଦସ୍ୟ ଏହା ଗଣମାଧ୍ୟମରେ ରଖିଛନ୍ତି । ତାଙ୍କ କହିବା କଥା ଯେ, ତାଙ୍କ ପରିରାବରକୁ ଏକ କୁନି ଅତିଥିର ଆଗମନ ହେବାକୁ ଯାଉଛି କାହିଁକି ନା ସୀମା ଏବେ ଗର୍ଭବତି ଅଛନ୍ତି ।ଏ ପର୍ଯ୍ୟନ୍ତ ସୀମା ଏବଂ ସଚିନଙ୍କ ଠାରୁ ଏହି ବିଷୟରେ କିଛି ପ୍ରତିକ୍ରୟା ଆସିନାହିଁ । କିନ୍ତୁ ଖବରରୁ ଜଣାପଡ଼ିଛି, ନିକଟରେ ସଚିନ୍ ସୀମା ହାଇଦରଙ୍କୁ ଚେକଅପ୍ କରାଇବା ପାଇଁ ଡାକ୍ତରଙ୍କ ନିକଟକୁ ନେଇଥିଲେ । ପୂର୍ବରୁ ସୀମାଙ୍କ ୩ ଝିଅ ଏବଂ ଗୋଟିଏ ପୁଅ ଅଛି । ପୁଅ ୭ ବର୍ଷର ଥିବା ବେଳେ ତିନି ଝିଅଙ୍କ ବୟସ ଯଥାକ୍ରମେ ୬ ବର୍ଷ, ୫ ବର୍ଷ ଏବଂ ୩ ବର୍ଷ। ସୀମାଙ୍କ ପିଲାଙ୍କୁ ସଚିନ ନିଜ ଛୁଆଙଅକ ଭଳି ସ୍ନେହ ଓ ଭଲପାଇବା ଦିଅନ୍ତି ।