ଭୁବନେଶ୍ୱର: ପ୍ରଥମ ପ୍ରର୍ଯ୍ୟୟ ନାମ ଲେଖା ସରିବା ପରେ ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପ୍ରର୍ଯ୍ୟାୟ ନାମଲେଖା ସରିବା ପରେ ବଳକା ସିଟି ପାଇଁ କଟ୍ ଅଫ ମାର୍କ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଆସନ୍ତା କାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ନାମଲେଖାଇ ପାରିବେ । ପ୍ରଥମ ପର୍ୟ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀଙ୍କୁ ସିଟ୍ ପ୍ରଦାନ କରାଯାଇଥିବା ବେଳେ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ । ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବା ପରେ ୨୭ ତାରିଖ ସୁଦ୍ଧା ସ୍ପଟ୍ ଆଡମିଶନ ଶେଷ ହେବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଚଳିତବର୍ଷ ରାଜ୍ୟର ମୋଟ ୨ ହଜାର ୧୫୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୧୬ ହଜାର ସିଟରେ ନାମଲେଖା ହେଉଛି ।