ସାରେ ହେଲେ ମୁମ୍ବାଇ ଦଳର ମାଲିକାଣୀ

ମୁମ୍ବାଇ: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମୁମ୍ବାଇ ଦଳକୁ କିଣିଛନ୍ତି। ତେନ୍ଦୁଲକର ଗ୍ଲୋବାଲ ଇ-କ୍ରିକେଟ ପ୍ରିମିୟର ଲିଗ (GEPL)ରେ ମୁମ୍ବାଇ ଦଳର ମାଲିକାନା ହାସଲ କରିଛନ୍ତି। GEPLକୁ ବିଶ୍ୱର ସବୁଠାରୁ ବଡ଼ ଇ-କ୍ରିକେଟ ଲିଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହି ଲିଗର ଦ୍ୱିତୀୟ ସିଜିନ ୨୦୨୫ରେ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ,ଏହି ଲିଗ୍ ରିୟଲ କ୍ରିକେଟ ଆପରେ ଖେଳାଯିବ । ଯାହାକୁ ଇଣ୍ଟରନେଟରେ ୩୦କୋଟିରୁ ବି ଅଧିକ ଥର ଡାଉନଲୋଡ଼ କରାଯାଇ ସାରିଛି । ଡେବ୍ୟୁ ସିଜନ ପରେ ଗ୍ଲୋବାଲ ଇ-କ୍ରିକେଟ ଲିଗ୍ ଭଲ ପରିଚୟ ସୃଷ୍ଟି କରିପାରିଛି । ପ୍ରଥମ ସିଜନରେ ୨ଲକ୍ଷ ଖେଳାଳୀ ରେଜିଷ୍ଟର କରିଥିଲେ । ଯାହାକି ସିଜନ ୨ ଲାଗି ୯ଲକ୍ଷ ୧୦ହଜାର ରେଜିଷ୍ଟେ୍ରଶନ ଆସିଛି ।