ବୀର କ୍ରାନ୍ତିକାରୀ ସିଦୋ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ସ୍ମୃତିରେ ସାନ୍ତାଳୀ ହୁଲ୍ ଦିବସ ପାଳିତ

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ସାନ୍ତାଳୀ ହୁଲ୍ ଦିବସ ପାଳିତ ହୋଇଯାଇଅଛି ।  ଇଂରେଜଙ୍କ ବିରୋଧରେ  ବିଦ୍ରୋହ ଆରମ୍ଭ କରିଥିବା ବୀର କ୍ରାନ୍ତିକାରୀ ସିଦୋ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ସ୍ମୃତିରେ ପାଳନ ହୋଇଯାଇଛି ଏହି ଦିବସ । ସିଦୋ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ୱ ଓ କ୍ରାନ୍ତିକାରୀ ଚାନ୍ଦ, ଭୈରବ, ଫୁଲ ଓ ଝାନୋ ଙ୍କ ସହଯୋଗ ରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ‘କର ନଚେତ ମର’ ଏବଂ ‘ଇଂରେଜ ସରକାର ଭାରତ ଛାଡ଼’ ନାରା ଦେଇ 1855 ମସିହା ଜୁନ 30 ତାରିଖରେ ଆରମ୍ଭ କରିଥଲେ ଏକ କ୍ରାନ୍ତି ବିଦ୍ରୋହ ‘ସାନ୍ତାଳ ହୁଲ’।  ଏହି ଦିବସ କୁ ଚିରସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ 30 ତାରିଖକୁ ‘ହୁଲ ଦିବସ’ ଭାବେ ପାଳନ କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ବଡ଼ସାଦମ୍ ଗ୍ରାମରେ ଧୁମଧାମର ସହିତ ପାଳନ ହୋଇଯାଇଅଛି ଏହି ହୁଲ ଦିବସ । ଏହି ଅବସରରେ ତିରିଂ ଜିଲ୍ଲାପରିଷଦ ପରେଶ ମୁଣ୍ଡା ଯୋଗଦେଇ ବଡ଼ସାଦମ୍ ଛକକୁ ‘ ସିଦୋ କାହ୍ନୁ ଛକ’ ନାମରେ ନାମିତ କରିଥିଲେ । ଆଗାମୀ ଦିନରେ କ୍ରାନ୍ତିବୀର ସିଦୋ ଓ କାହ୍ନୁ ମୁର୍ମୁଙ୍କ  ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଶେଷରେ ଗ୍ରାମର ମହିଳା ଏବଂ ପୁରୁଷ, ଆଦିବାସୀ ପାରମ୍ପରିକ ପୋଷାକ ପରିଧାନ କରି ମାଦଳର ତାଳେ ତାଳେ ନାଚି ଏହି ଦିବସକୁ ଆନନ୍ଦର ସହ ପାଳନ କରିଥଲେ ।