ସାଇବାବାଙ୍କ ୯୮ ତମ ଜନ୍ମଦିନ ଉତ୍ସବ ଅତି ଧୁମ୍ ଧାମରେ  ପାଳନ କରାଯାଇଛି

ବିଷମ କଟକ (ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମକଟକ ସାଇ ମନ୍ଦିର ପ୍ରାଙ୍ଗଣ ଠାରେ ସାଇବାବାଙ୍କ ୯୮ ତମ ଜନ୍ମଦିନ ଉତ୍ସବ ଅତି ଧୁମ୍ ଧାମରେ  ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଭଜନ ସଙ୍ଗକୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯାଇଥିଲା । ସାଇବାବାଙ୍କ ଏହି କାର୍ଯ୍ୟକ୍ରମକୁ ବିଷମକଟକ ସାଇବାବା କମିଟି ତରଫରୁ ଆୟୋଜନ କରାଯାଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ତା କରଯାଇଥିଲା।