ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ସଡ଼କ ଦୁର୍ଘଟଣା। ଡିଭାଇଡରକୁ ପିଟିଲା ଜର୍ମାନୀର ସ୍ପିଡ କାର porsche model ସ୍ପୋର୍ଟସ କାର୍। ଭୁବନେଶ୍ୱରରୁ ପୁରୀ ଆସୁଥିବା ସମୟରେ ଜଣେ ଲୋକ ଆଗକୁ ଚାଲିଆସିଥିଲା । ସେହି ଲୋକକୁ ବଞ୍ଚାଇବାକୁ ଯାଇ କାର ଚାଳକ ବ୍ରେକ ମାରିଥିଲା ଗାଡ଼ି ସ୍ପିଡ୍ ଥିବାରୁ ରୋଡ ଡିଭାଇଡର ଉପରକୁ ଚଢି ଯାଇଥିଲା। କାରରେ ବସିଥିବା ଲୋକ ସାମାନ୍ୟ ଆହାତ ହୋଇଥିବା ବେଳେ ପୁରୀ ବଡ଼ମେଡ଼ିକାଲରେ ଚିକିତ୍ସା ହୋଇଥିଲେ। ହେଲେ କାର ଆଗକୁ ଆସିଥିବା ଲୋକ ସୁରକ୍ଷିତ ଥିବା ଜଣାପଡିଛି। କାରରେ ସମସ୍ତ ବେଲୁନ ଖୋଲିଯାଇଥିଲା ଫଳରେ ସମସ୍ତ ଲୋକ ସୁରକ୍ଷିତ ହୋଇଯାଇଥିଲେ। ସେପଟେ ବାସେଳି ସାହି ଥାନା ପୋଲିସ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ସେମାନଙ୍କ ଗାଡିକୁ ଭୁବନେଶ୍ଵର ପଠାଇଥିଲା।