ବାଲେଶ୍ଵର (ଅଜିତ କୁମାର ସାହୁଙ୍କ ରିପୋର୍ଟ) : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ ଡମ୍ପର ଡ୍ରାଇଭର ମୃତ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର ସମୟରେ କଟିପୋଲ ନିକଟରେ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା ଛିଡା ହୋଇ ଥିଲା । ଏହି ସମୟର ଏକ ଡମ୍ପର ଦୃତଗତିରେ ଆସି ପଛ ପଟୁ ଧକ୍କା ଦେଇ ଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଡମ୍ପରରେ ଡ୍ରାଇଭର ଚାପି ହୋଇ ଯିବା ଯୋଗୁ ଘଟଣା ସ୍ଥଳରେ ମୃତ୍ଯୁ ହୋଇ ଥିଲା । ଖବର ପାଇ ବସ୍ତା ପୋଲିସ, ଅଗ୍ନିବିଭାଗ, ସ୍ଥାନୀୟ ଲୋକଙ୍କ ସହାୟତାରେ ଗ୍ୟାସ କଟର ସାହାଯ୍ୟରେ କାଟି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲେ । ଦୁଇଟି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।