ହିମାଚଳ ପ୍ରଦେଶରେ ସଡକ ଦ୍ରୁ୍ଘଟଣା: ୫ ମୃତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଜିଲ୍ଲାର ପଧାର ଅଞ୍ଚଳରେ ଗୁରୁବାର ସକାଳେ ଏକ ଚଳନ୍ତା ଜିପ୍‌ ଓଲଟି ପଡ଼ିବାରୁ ୫ ଜଣଙ୍କ ଜୀବନ ଯିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜିପ୍‌ଟି ରାସ୍ତାରୁ ତଳକୁ ଖସିପଡ଼ିବା ପରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା କରାଯାଉଛି। ପୂର୍ବରୁ ଏପ୍ରିଲ୍‌ ୨୭ ତାରିଖରେ ସମାନ ଭାବରେ ଏକ ବସ୍‌ ଖସିପଡ଼ିବାରୁ ରାଜ୍ୟର ଚାମ୍ବା ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ବହୁ ସଂଖ୍ୟକ ଗୁରୁତର ଆହତ ହୋଇଥିଲେ।