ଭୁବନେଶ୍ୱର-: ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳ ବାସୀ । ୱାଟକୋ ଯୋଜନା ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ବିଫଳ ହୋଇଛି । ପାଣି ଟ୍ୟାପ ଖୋଲିଲେ ବୁନ୍ଦା ବୁନ୍ଦା ପାଣି ଆସୁଛି । ଅବହେଳା ଯୋଗୁଁ ଖଣ୍ଡଗିରି, ଜାଗମରା, ଜଗମୋହନ ନଗର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି ଚିନ୍ତା ବଢି ଯାଉଛି । ଲୋକେ ଦୋକାନରୁ ପାଣି କିଣି ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କହୁଛନ୍ତି ମୋତେ ବଦଳି କରି ଦିଅ, ମୁଁ ହାତ ଟେକି ଦେଲି । ତେବେ ଦେଖାଯାଉ ଅଞ୍ଚଳ ବାସୀଙ୍କ ପାଣି ସମସ୍ୟା କେବେ ଦୂର ହେଉଛି ।