ଆଗାମୀ ଦିନରେ ଲୋକଙ୍କ ସ୍ୱର ହେବ ରେଡ଼ିଓ ବାଘାଯତୀନ…

ଆଗାମୀ ଦିନରେ ଲୋକଙ୍କ ସ୍ୱର ହେବ ରେଡ଼ିଓ ବାଘାଯତୀନ। ତୃତୀୟ ପ୍ରତିଷ୍ଠା ଉତ୍ସବରେ ଆଜି ଉପସ୍ଥିତ ଅତିଥିମାନେ ରେଡ଼ିଓ ବାଘାଯତୀନ କୁ ନେଇ କହିଛନ୍ତି ଏଭଳି। ଉଦଳା ରେ ରେଡ଼ିଓ ବାଘାଯତୀନ  ର ତୃତୀୟ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି। ବହୁ ବରିଷ୍ଠ ଅଧିକାରୀ ଓ ବ୍ୟକ୍ତି ବିଶେଷ ଯୋଗ ଦେଇ କପ୍ତିପଦା ଉପଖଣ୍ଡ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରେଡ଼ିଓ ର କଳ୍ପନା କରିବା ଏବଂ ତାହାକୁ ଲୋକଙ୍କ ନିକଟରେ ପହଂଚାଇବା କଷ୍ଟକର ବୋଲି କହିଥିଲେ।

 

ଏହା ସହିତ ସହିଦ ବାଘାଯତୀନ ଙ୍କ ନାମ ଅନୁସାରେ ହୋଇଥିବା ଏହି ରେଡ଼ିଓ ମହାପୁରୁଷ, ସହିଦଙ୍କ କାହାଣୀ ସମେତ ସାଧାରଣ ଲୋକଙ୍କ ସମସ୍ୟା ଏବଂ ସରକାରୀ ଯୋଜନା ବାବଦରେ ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବାରେ ବେଶ ଆଗୁଆ ରହିଛି। ତେଣୁ ଆଜିର ଏହି ଡିଜିଟାଲ ଯୁଗରେ ରେଡ଼ିଓ ବାଘାଯତୀନ ଆଗାମୀ ସମୟରେ ଲୋକଙ୍କ ସ୍ୱର ହେବ ଏବଂ ଲୋକଙ୍କ ଆଶା ଭରସା ପାଲଟିବ ବୋଲି କୁହାଯାଇଛି।