ରୁମରୁ ଦୁର୍ଗନ୍ଧ ହଟାଇବାକୁ କରନ୍ତୁ ଏହି ଉପାୟ

ଘର କିମ୍ବା ରୁମ୍‌ରେ ଦୁର୍ଗନ୍ଧ ହେଲେ ରହିବା ଅସୁବିଧାଜନକ ଲାଗେ। କେବଳ ରୁମ୍ ଫ୍ରେଶନର୍ ଦେଇ ଗନ୍ଧ ଲୁଚାଇବା ପଡିଥାଏ । ଏହାର ତୀବ୍ର ସୁଗନ୍ଧ ଅସ୍ଥାୟୀ ଭାବରେ ଅପ୍ରିତିକର ଦୁର୍ଗନ୍ଧ କରେ , କିନ୍ତୁ ଏଥିରେ ଥିବା ରସାୟନିକ କିଛି ରାସାୟନିକ ସମସ୍ୟା ସୃଷ୍ଟି କରିପାରେ । ଏହା ପରିବର୍ତ୍ତେ, ପ୍ରଥମେ ଦୁର୍ଗନ୍ଧର କାରଣ ଖୋଜି ତାହାକୁ ସଫା କରିବା ଜରୁରୀ। ଆସନ୍ତୁ ଜାଣିବା କିଛି ଉପାୟ

ଝରକା ଓ ଦୁଆର ଖୋଲି ରଖନ୍ତୁ
ପ୍ରତିଦିନ କିଛି ସମୟ ପାଇଁ ଝରକା ଓ ଦୁଆର ଖୋଲି ରଖନ୍ତୁ। ଏହାଦ୍ୱାରା ତାଜା ପବନ ଭିତରକୁ ଆସିବ ଏବଂ ରୁମ୍‌ରେ ଜମିଥିବା ଗନ୍ଧ କମିବ।

ରୁମ୍‌କୁ ନିୟମିତ ସଫା କରନ୍ତୁ
ଧୂଳି, ମଇଳା ଓ ଅବ୍ୟବସ୍ଥିତ ଜିନିଷ ମଧ୍ୟ ଦୁର୍ଗନ୍ଧର କାରଣ ହୋଇପାରେ। ତେଣୁ ନିୟମିତ ଝାଡୁ ଦିଅନ୍ତୁ, ପୋଛନ୍ତୁ ଏବଂ ରୁମ୍‌କୁ ସଫା ରଖନ୍ତୁ।

ଡଷ୍ଟବିନ୍ ସଫା ରଖନ୍ତୁ
ରୁମ୍‌ରେ ଥିବା ଡଷ୍ଟବିନ୍‌ରେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ଅଳିଆ ରଖନ୍ତୁ ନାହିଁ। ପ୍ରତିଦିନ କିମ୍ବା ଆବଶ୍ୟକ ଅନୁସାରେ ଅଳିଆ ବାହାର କରନ୍ତୁ।

ବେଡ୍‌ଶିଟ୍ ଓ କମ୍ବଳ ସଫା ରଖନ୍ତୁ
ବେଡ୍‌ଶିଟ୍, ତକିଆ କଭର୍ ଓ କମ୍ବଳରେ ଘାମ ଓ ଧୂଳି ଜମି ଗନ୍ଧ ହୋଇପାରେ। ତେଣୁ ସମୟ ସମୟରେ ଏଗୁଡ଼ିକୁ ଧୋଇ ସୂର‌୍ୟ୍ୟରେ ଶୁଖାନ୍ତୁ।

ଭିଜା କପଡ଼ା ରୁମ୍‌ରେ ରଖନ୍ତୁ ନାହିଁ
ଭିଜା କପଡ଼ା କିମ୍ବା ଘାମ ଲାଗିଥିବା କପଡ଼ା ରୁମ୍‌ରେ ରଖିଲେ ଦୁର୍ଗନ୍ଧ ବଢ଼ିପାରେ। କପଡ଼ାକୁ ଭଲଭାବରେ ଧୋଇ ଶୁଖାଇ ରଖନ୍ତୁ।

ବେକିଂ ସୋଡା ବ୍ୟବହାର କରନ୍ତୁ
ବେକିଂ ସୋଡା ଗନ୍ଧ ଶୋଷିବାରେ ସାହାଯ୍ୟ କରିପାରେ। ଏକ ଛୋଟ ପାତ୍ରରେ ରଖି ରୁମ୍‌ର ସୁରକ୍ଷିତ ସ୍ଥାନରେ ରଖିପାରିବେ।

ଲେମ୍ବୁର ସୁଗନ୍ଧ ବ୍ୟବହାର କରନ୍ତୁ
ଲେମ୍ବୁର ସତେଜ ସୁଗନ୍ଧ ରୁମ୍‌କୁ ଫ୍ରେଶ୍ ଅନୁଭବ କରାଇପାରେ। ରୁମ୍ ସଫା କରିବା ପରେ ହାଲୁକା ସତେଜ ସୁଗନ୍ଧ ବ୍ୟବହାର କରିପାରିବେ।

ରୁମ୍‌ରେ ଗଛ ରଖନ୍ତୁ
ଛୋଟ ଇନ୍ଡୋର୍ ପ୍ଲାଣ୍ଟ ରୁମ୍‌କୁ ସୁନ୍ଦର ଓ ସତେଜ ଅନୁଭବ କରାଇପାରେ। ଗଛର ମାଟିରେ ଅଧିକ ଆର୍ଦ୍ରତା ନ ରହିବାକୁ ଧ୍ୟାନ ଦିଅନ୍ତୁ।

ଆର୍ଦ୍ରତା କମାନ୍ତୁ
ରୁମ୍‌ରେ ଅଧିକ ଆର୍ଦ୍ରତା ଥିଲେ ସିଲାନି ଓ ଖରାପ ଗନ୍ଧ ହୋଇପାରେ। ରୁମ୍‌କୁ ବାତାସ ଚଳାଚଳ ହେବା ପରି ରଖନ୍ତୁ ଏବଂ ଭିଜା ସ୍ଥାନଗୁଡ଼ିକୁ ଶୁଖିଲା ରଖନ୍ତୁ।

ଦୁର୍ଗନ୍ଧର ମୂଳ କାରଣ ଖୋଜନ୍ତୁ
ଯଦି ରୁମ୍‌ରେ ସବୁବେଳେ ଦୁର୍ଗନ୍ଧ ରହୁଛି, ତେବେ କେଉଁଠି ଭିଜା ସ୍ଥାନ, ନଷ୍ଟ ଖାଦ୍ୟ କିମ୍ବା ଅନ୍ୟ କୌଣସି କାରଣ ଅଛି କି ଦେଖନ୍ତୁ। ମୂଳ କାରଣ ଦୂର କଲେ ଗନ୍ଧ ମଧ୍ୟ ଦୂର ହେବ।