ଏସିଆ ରଗବୀରେ ଭାରତର ଦମଦାର ବିଜୟ!

କଳିଙ୍ଗ ଷ୍ଟାଡିୟମରେ ଗର୍ଜିଲା ଭାରତୀୟ ରଗବୀ ଟିମ୍। ଏସିଆ ରଗବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ଦଳ। ଉଜବେକିସ୍ତାନକୁ ୩୩-୧୪ ପଏଣ୍ଟରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟୀ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରୁ ହିଁ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଜୋସ୍ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରତିପକ୍ଷ ଉଜବେକିସ୍ତାନ ଦଳକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଭାରତୀୟ ଖେଳାଳିଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ତିଷ୍ଠି ପାରିନଥିଲା।

                     

ପଡ଼ିଆରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ, ଦ୍ରୁତ ଗତି ଏବଂ ଦଳଗତ ପ୍ରଦର୍ଶନ ବିଜୟର ମୁଖ୍ୟ ଆଧାର ପାଲଟିଥିଲା। ୩୩ ପଏଣ୍ଟ ହାସଲ କରି ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଉଜବେକିସ୍ତାନ ୧୪ ପଏଣ୍ଟରେ ସୀମିତ ରହିଥିଲା। ଏହି ବିଜୟ ସହ ଭାରତୀୟ ଦଳର ମନୋବଳ ବେଶ୍ ଦୃଢ଼ ହୋଇଛି। ଏବେ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ। ଘରୋଇ ମାଟିରେ ଭାରତର ଏହି ଦମଦାର ଆରମ୍ଭ ରଗବୀପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଦେଇଛି। ଏବେ ଅପେକ୍ଷା ଭାରତର ପରବର୍ତ୍ତୀ ମ୍ୟାଚକୁ।