ପିଲାମାନେ ବାହାରେ ଖେଳ କୂଦ କରିବା ବଦଳରେ ଫୋନ ଦେଖିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଦିନ ରାତି ମୋବାଇଲ ଫୋନ, ଟ୍ୟାବ ଓ ଟିଭିରେ ମନ ଦେଇଥାନ୍ତି । ପିଲାଙ୍କୁ ଦେଖିବାକୁ ବନ୍ଦ କରିବାକୁ କୁହିଲେ ସେମାନଙ୍କୁ ସମ୍ଭାଳିବା ମୁସ୍କିଲ ହୋଇଯାଏ ।
ଆଜିକାଲି ପିଲାମାନେ ମୋବାଇଲ୍ ଫୋନ୍ରେ ଅଧିକ ସମୟ କାଟୁଛନ୍ତି। ଧୀରେ ଧୀରେ ଏହି ଅଭ୍ୟାସ କମାଇବା ପାଇଁ । ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ । ଦିନରେ କେତେ ସମୟ ଫୋନ୍ ବ୍ୟବହାର କରିବେ, ସେଥିପାଇଁ ନିୟମ କରନ୍ତୁ। ଖେଳକୁଦ ଓ ବାହାର କାର୍ଯ୍ୟରେ ଯୋଡ଼ନ୍ତୁ ପାର୍କ, ସାଇକେଲ୍, ଖେଳକୁଦ ଇତ୍ୟାଦିରେ ଆଗ୍ରହୀ କରନ୍ତୁ। ପରିବାର ସହ ସମୟ କାଟନ୍ତୁ କାହାଣୀ କହିବା, ଖେଳ ଖେଳିବା ଓ ଏକାସାଙ୍ଗରେ ସମୟ କାଟିବା ଫୋନ୍ରୁ ଧ୍ୟାନ ହଟାଇପାରେ। ପଢ଼ା ଓ ସୃଜନଶୀଳ କାମରେ ଉତ୍ସାହିତ କରନ୍ତୁ । ଚିତ୍ର ଆଙ୍କିବା, ଗୀତ, ନାଚ, ପୁସ୍ତକ ପଢ଼ିବା ପରି କାମରେ ଆଗ୍ରହ ବଢ଼ାନ୍ତୁ। ବଡ଼ମାନେ ମଧ୍ୟ ପିଲାଙ୍କ ସାମ୍ନାରେ ସବୁବେଳେ ଫୋନ୍ ବ୍ୟବହାର ନକରିଲେ ଭଲ । ଧୀରେ ଧୀରେ ଫୋନ୍ ସମୟ କମାନ୍ତୁ । ହଠାତ୍ ଫୋନ୍ ଛଡ଼ାଇବା ପରିବର୍ତ୍ତେ ପ୍ରତିଦିନ ଅଳ୍ପ ଅଳ୍ପ କରି ସମୟ କମାଇବା ଭଲ। ପିଲାଙ୍କୁ ଫୋନ୍ର ଅତ୍ୟଧିକ ବ୍ୟବହାରରୁ ଦୂରେଇ ପାରିବେ।