ପକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏହି ଦ୍ୱିତିୟ ପର୍ଯ୍ୟାୟ ମେଧା ତାଲିକାରେ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ କଳା ବିଭାଗରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଛନ୍ତି । ସେହିପରି ବାଣିଜ୍ୟରେ ୩ହଜାର ୧୮୨ ଜଣ ଛାତ୍ର ଛାତ୍ରୀ , ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ମନୋନିତ ହୋଇଛନ୍ତି । ତେବେ ଆସନ୍ତା କାଲି ଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଆମ୍ଭ ହୋଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ବଳକା ସିଟ ପାଇଁ ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ ତାଲିକା । ତେବେ ଆସନ୍ତା ୨୯ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ସ୍ୱଟ ସିଲେକ୍ସନର ନାମଲେଖା ।