(ଆଦର୍ଶ ରାଉତ): ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନ ସୁଗାର । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦି ପଡ଼ିଆ ବସ୍ତିରୁ ୨୦ ଗ୍ରାମ୍ ଓଜନର ବ୍ରାଉନ ସୁଗାର ଜବତ କରିଛି ଲକ୍ଷ୍ମୀ ସାଗର ପୋଲିସ । ଏହି ଘଟଣାରେ ସଂଜୟ ମହାନ୍ତି ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏକ ବିଶେଷ ସୁତ୍ରରୁ ଖବର ପାଇଁ ଲକ୍ଷ୍ମୀ ସାଗର ଥାନା ତରଫରୁ ଆଜି ସକାଳ ୯ ରୁ ୯ .୩୦ ସମୟ ମଧ୍ୟରେ ହଳଦି ନଗର ବସ୍ତିରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସଂଜୟଙ୍କ ଠାରୁ ବ୍ରାଉନସୁଗାର ଜବତ କରାଯାଇଥିଲା । ପୋଲିସ ଘଟଣାସ୍ଥଳରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।