ଭୁବନେଶ୍ୱର: ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ଆସନ୍ତା୬ ତାରିଖ ସଂଧ୍ୟା ସମୟରେ ସୁନ୍ଦରଗଡ ବୀରମିତ୍ରପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ ବୋଲିସ ସୂଚନା ରହିଛି । ସୂଚନା ଅନୁଯାୟୀ, ସେଠାରେ ରାହୁଲ ଗାନ୍ଧୀ ରୋଡ ସୋ କରିବେ । ତେବେ ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ୭ ଓ ୮ ତାରିଖରେ ସେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବେ । ଓଡ଼ିଶାରେ ରାହୁଲ ଗାନ୍ଧୀ ପ୍ରାୟ ୨ ଶହ କିଲୋମିଟର ପଦଯାତ୍ରା କରିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।