କରୋନାର କରାଳ ରୂପ , ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରେ ସାନ ପୁଅ ଆଉ ଏବେ ବଡ଼ ପୁଅ ଯଶୋବନ୍ତଙ୍କ ଦେହାନ୍ତ

ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ନିହାଣ ମୁନର ସ୍ପର୍ଶ ପାଇ ପଥର ମୂର୍ତ୍ତି ଜୀବିତ ହୋଇ ଉଠୁଥିଲା । ଏହି ମହାନ ଶିଳ୍ପୀଙ୍କ ଗତ ୯ ତାରିଖରେ ମ

(ଭୁବନେଶ୍ୱର) : ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ନିହାଣ ମୁନର ସ୍ପର୍ଶ ପାଇ ପଥର ମୂର୍ତ୍ତି ଜୀବିତ ହୋଇ ଉଠୁଥିଲା । ଏହି ମହାନ ଶିଳ୍ପୀଙ୍କ ଗତ ୯ ତାରିଖରେ ମହାମାରୀ କରୋନାରେ ଦେହାନ୍ତ ହୋଇଥ ଥିଲା ତାଙ୍କର ଏକାଦଶାହ ଅନ୍ତ୍ୟେଷ୍ଟି କ୍ରିୟାର ଅବ୍ୟବହିତ ପୂର୍ବରୁ ସାନ ପୁତ୍ର ପ୍ରଶାନ୍ତ ଚାଲିଗଲେ ଆରପାରିକୁ। ପୁଣି ବାରରେ ବଡ ପୁଅର ଯଶୋବନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ଆଗ ପଛ ହୋଇ ମହାମାରୀରେ ଚାଲିଗଲେ ବାପା ଓ ୨ ପୁୃଅ । ଯଶୋବନ୍ତ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କର ଦେହାନ୍ତ ହୋଇଛି।