ସିଂହ ଦୁଆରରେ ଭକତ ଭିଡ଼
ପୁରୀ: ଖୋଲିଲା ଜଗାର ସଂହ ଦୁଆର । ଭକ୍ତ ଆଜି ଛଳଛଳ ଆଖିରେ ଦେଖିବ ଜଗତର ନାଥ ଜଗନ୍ନାଥଙ୍କୁ କେତେ ଦିନର ଅପେକ୍ଷାର ଆଜି ଅନ୍ତ ଘଟୁଛି । ପୁଣି ଭକ୍ତ ଆଉ ଭଗବାନଙ୍କର ହେଉଛି ଅପୂର୍ବ ମିଳନ । ଆଜିଠୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମିଳିଛି ଅନୁମତି । କୋରୋନା କଟକଣା ଭିତରେ କାଳିଆ ଦିଅଁକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡିଛି ଭକ୍ତର ମନ । ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ରହିଚି । ତେବେ ଏସବୁର ତଦାରଖ ଏବଂ ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଡ, ୮ଟି କିଓସ୍କୋ ଏବଂ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ କରିବା ପାଇଁ ଖୋଲା ରହିବ ।