(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଶ୍ରୀଗଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ । ପ୍ରତିବର୍ଷ ଆଷାଢ଼ ଶୁଳ୍ପ ପକ୍ଷ ଦ୍ୱିତୀୟ ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନ ସିଂହସନ ବିଜେ କରିଥାଆନ୍ତି । ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରନ୍ତି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।
ପଞ୍ଜାବ ଲୁଧିଆନାରେ ଇସ୍କନ ପକ୍ଷରୁ ଅଦିନରେ କରାଯାଉଥିବା ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜ ଏହା କହିଛନ୍ତି । ଏପରି ନ କରିବାକୁ ପୁରୀ ଗଜପତି କହିଛନ୍ତି । ଶାସ୍ତ୍ର ଅନୁଯାୟୀ ପବିତ୍ର ରଥଯାତ୍ରା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏ ନେଇ ଗଜପତି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।
ବିଶ୍ୱର ସବୁ ଜଗନ୍ନାଥ ପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷ ଯାତ୍ରା କରିବାକୁ ସେ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା ନ କରିବାକୁ ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି ।