ଅଖିଳ ଭାରତୀୟ କିସାନ ମଜଦୂର ସଭା ଶେରଗଡ଼ କମିଟି ତରଫରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଠାରେ ଅଖିଳ ଭାରତୀୟ କିଷାନ ମଜଦୂର ସଭା ଶେରଗଡ଼ ବ୍ଲକ କମିଟି ତରଫରୁ  ଶେରଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମୟରରେ ଏଆଇକେମସର ଜାତୀୟ ସମ୍ପାଦକ ଭାଲାଚନ୍ଦ୍ର ଷଡଙ୍ଗୀ,ଏଆଇକେମସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଅଖିଳ ଭାରତୀୟ କିସନ ମଜଦୂର ସଭାର ଚାଷୀ ନେତା ପୀତବାସ ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ବ୍ଲକ ସମ୍ପାଦକ ଏଡିକଲ୍ ଗମାଙ୍ଗ, ସନ୍ୟାସୀ ଗମାଙ୍ଗ, ଶଇତ ଦଳବେହେରା, ପଞ୍ଚୁ ମଲିକ ସମେତବହୁକର୍ମୀ ବିରାଟ ଶୋଭାଯାତ୍ରା କରି ଥିଲେ।

ଭାଲଚନ୍ଦ୍ର ଷଡଙ୍ଗୀ ଉଦବୋଧନ ଦେଇ ଏହି ବର୍ଷ ବର୍ଷା ଅଭାବରୁ ସମଗ୍ର ଗଞ୍ଜାମ ଜିଲ୍ଲା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଶେରଗଡ଼ ବ୍ଲକକୁ ଶୀଘ୍ର ମରୁଡି ଘୋଷଣା କରାଯିବା ସହ ଉପଯୁକ୍ତ ଚାଷୀକୁ କ୍ଷତିପୂରଣ ପ୍ରଦାନ। ଗରିବ ଲୋକଙ୍କୁ ଜମି ଓ ଘର ଢ଼ିଅପଟା ପ୍ରଦାନ , ପାନୀୟ ଜଳ ଯୋଗାଣ, ଆବାସ ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଗରିବ ଲୋକଙ୍କୁ  ସାମିଲ କରିବା। ଖାଦ୍ୟ ସୁରକ୍ଷା ଯୋଜନାରୁ ବାଡ ପଡ଼ିଥିଲା ସମସ୍ତ ଗରିବ ଲୋକଙ୍କୁ ସାମିଲ କରିବା ପାଇ ଦାବୀ ଉପସ୍ଥାପନ କରିଥିଲେ। ଏଆଇକେମସର ଚାଷୀ ନେତା ପୀତବାସ ପ୍ରଧାନ ଉଦବୋଧନ ଦେଇ ବ୍ଲକରେ ଚାଲୁ ଥିବା ପିସି କାରବାର ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନରେ ଲାଞ୍ଚ କାରବାର। ଆବାସ ଯୋଜନାରେ ଲାଞ୍ଚ କାରବାର,  ରାଜ୍ୟ ସରକାରଙ୍କ ଦୁର୍ନୀତି ନେଇ ଉଦବୋଧନ ଦେଇଥିଲେ। ପରିଶେଷରେ ଏଆଈକେମସ ତହସିଲଦାର ତ୍ରିଦେବ ରଥଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।।