ଲକଡାନରେ ଖୁଲମ ଖୁଲା ଦେହ ବ୍ୟବସାୟ, ସବୁ ଜାଣି ପୁଲିସ ଚୁପ

(ରିପୋଟର୍ସ ଟୁଡେ): ସଂପୂର୍ଣ୍ଣ ରାଜଧାନୀ ଏବେ ଖାଁ ଖାଁ । କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ଲହର ଏତେ ଭୟଙ୍କର ଯେ ଲୋକ ମାନେ ଘରୁ ବାହାରିବାକୁ ଡରୁଛନ୍ତି । ହେଲେ କରୋନାର ଏଭଳି ସ୍ଥିତିରେ ଏମାନେ ବିଚ ରାସ୍ତାରେ ନିଜ ଜୀବନକୁ ବାଜି ଲଗାଇ କରୁଛନ୍ତି ଦେହ ବ୍ୟବସାୟ । ମାତ୍ର ଶହେ ଟଙ୍କାରେ ଏମାନେ ନିଜ ଦେହ ବିକୁଛନ୍ତି । ହଁ ଆଜ୍ଞା ଆମେ ଆପଣଙ୍କୁ କହୁଛୁ ରାଜଧାନୀରେ ଚାଲିଥିବା କିଛି ଏପରି ଦୃଶ୍ୟ ଯାହା ଦେଖିଲେ ଅପାଣ ବି ଚକିତ ହେବେ । ରସୁଲଗଡ ଓଭରବ୍ରିଜ ନିକଟରେ ଥିବା ଅନ୍ଧାରିଆ ସ୍ଥାନ, ମଞ୍ଚେଶ୍ୱର, ଖଣ୍ଡଗିର ଓ ସହିଦନଗରି ଆଦି ସ୍ଥାନରେ କିନ୍ନରଙ୍କ ସହ ମିଶି କିଛି ରୂପଜୀବି କରୁଛନ୍ତି ଏଭଳି କାମ । ଗଟେ ପଟେ ପୁଲିସ ବିଭାଗ ଲକଡାଉନରେ ଘରୁ ବାହାରିଲେ ଲୋକଙ୍କଠାରୁ ଫାଇନ ନେଉଛନ୍ତି । ଅନ୍ୟପଟେ ଏହି ଦେହ ବ୍ୟବସାୟିମାନେ ଖୁଲମ ଖୁଲା ବିଚ ରାସ୍ତାରେ ଦେହ ବ୍ୟବସାହୟ କରୁଥିଲେ ବି ସେମାନଙ୍କୁ ଅଟକେଇବାକୁ କେହି ନାହାନ୍ତି । ପୁଲିସ ସବୁ ଜାଣି ଯେମିତି ଚୁପ ବସିଛି ।