ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଯୋଜନା ବିଭାଗର ପ୍ରାଇଭେଟ୍ ସେକ୍ରେଟାରୀ ରମେଶ ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଏହି ଚଢାଉରେ ୮ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, ରମେଶ ଚରଣ ଜେନାଙ୍କ ଭୁବନେଶ୍ଵର କଳିଙ୍ଗନଗରରେ ଥିବା ଦୁଇ ମହଲା ଘର, ଗୋଠପାଟଣାରେ ଥିବା ୩ ମହଲା ଘର, ପୁରୀ ବାଣପୁରରେ ଥିବା ପୈତୃକ ଘର, ଟାଙ୍ଗୀରେ ଥିବା ସମ୍ପର୍କୀୟଙ୍କ ଘର, ନିରାକାରପୁରରେ ଥିବା ୨ ସମ୍ପର୍କୀୟଙ୍କ ଘର, ମାର୍କେଟ ବିଲ୍ଡିଂରେ ଥିବା ସରକାରୀ କ୍ଵାର୍ଟର ଏବଂ ଅଫିସରେ ଭିଜିଲାନ୍ସ ରେଡ୍ କରିଛି।