ଭୁବନେଶ୍ୱର : ଆସନ୍ତା ୨୦ରୁ ବସ ଧର୍ମଘଟ । ପୁଣି ଧର୍ମଘଟ ଡାକରା ଦେଲେ ବସ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ ଧର୍ମଘଟ କରାଯାଇଛି । ଏନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଚନ୍ତି ।
ଗତ ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ କୁହାଯାଇଥିଲା । ସଂଘ ସହ ରାଜ୍ୟ ସରକାର ସହ ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସଂଘ ଧର୍ମଘଟ ଡାକରା ଦେଇଛି ।
‘ଲକ୍ଷ୍ମୀ’ ଯୋଜନାରେ ଚାଲିବାକୁ ଥିବା ରୁଟରେ ଘରୋଇ ବସ୍ ଗୁଡିକୁ ସବସିଡି ଦେବାକୁ ସଂଘ ଦାବି କରିଛି । ସରକାର ରାଜି ହେଲେ, ଆମ ବସ୍ଗୁଡିକୁ ଲକ୍ଷ୍ମୀ ଯୋଜନା ଅନୁଯାୟୀ ସଜାଇ ଦେବୁ ବୋଲି କହିଥିଲା ସଂଘ ।