ଆଜିଠୁ 8ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଏହି 8ଦିନିଆ ଗସ୍ତରେ ମୋଦୀ 5ଟି ଦେଶ ଅର୍ଥାତ୍ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ଗସ୍ତ କରିବେ। ପ୍ରଥମେ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ଦେଶ ଘାନାରେ ପହଞ୍ଚିବେ, ଯେଉଁଠାକୁ ସେ ପୂର୍ବରୁ ଯାଇସାରିଛନ୍ତି। ଏହା ପରେ ସେ ଅନ୍ୟଦେଶ ଗୁଡିକ ମଧ୍ୟ ଗସ୍ତ କରିବେ। ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ କୂଟନୈତିକ ଗସ୍ତ ବୋଲି କୁହାଯାଉଛି।
Over the next few days, I will be attending various bilateral, multilateral and other programmes in Ghana, Trinidad & Tobago, Argentina, Brazil, and Namibia. Looking forward to interacting with world leaders and discussing ways to make our planet better. https://t.co/tg3FOwtceh
— Narendra Modi (@narendramodi) July 2, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସକାଳେ ଘାନା ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପରେ ସେ ୩-୪ ଜୁଲାଇରେ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ। ସେଠାରୁ ସେ ଆର୍ଜେଣ୍ଟିନା ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦି ୪-୫ ଜୁଲାଇରେ ଆର୍ଜେଣ୍ଟିନା ଗସ୍ତରେ ଯିବେ। ଏହା ପରେ, ସେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ ପହଞ୍ଚିବେ। ୫ ରୁ ୮ ଜୁଲାଇ ପର୍ଯ୍ୟନ୍ତ ବ୍ରାଜିଲ ଗସ୍ତ କରିବା ପରେ, ସେ ଶେଷରେ ନାମିବିଆ ଗସ୍ତ କରିବେ। ତାଙ୍କର ୫ଟି ଦେଶ ଗସ୍ତ ୯ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ, ଏହା ପରେ ସେ ଭାରତ ଫେରିଯିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 8 ଦିନ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତକୁ ତାଙ୍କର ସବୁଠାରୁ ଲମ୍ବା କୂଟନୈତିକ ଗସ୍ତ ବୋଲି ବିବେଚନା କରାଯାଉଛି। ଏହି ସମୟ ମଧ୍ୟରେ ସେ ଏହି ସମସ୍ତ ଦେଶ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବେ।