ଫିଲ୍ମ ‘ଆଦିପୁରୁଷ’ରେ ଅଚାନକ ପାଉଣା ବଢ଼ାଇଲେ ପ୍ରଭାସ

ଖୁବଶୀଘ୍ର ପ୍ରଭାସ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ ଆସୁଛି ।

(ମୁମ୍ବାଇ) : ଖୁବଶୀଘ୍ର ପ୍ରଭାସ ଏବଂ ସୈଫ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ ଆସୁଛି । ଯାହାକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି  ଫ୍ୟାନ୍ସମାନେ । ରାମାୟଣର କାହାଣୀକୁ ସମ୍ପୂର୍ଣ୍ଣ ଭିନ୍ନ ଉପାୟରେ ଉପସ୍ଥାପନ କରିବାକୁ ଯାଉଥିବା ଏହି ଫିଲ୍ମରେ ରାମ, ରାବଣ ଏବଂ ହନୁମାନଙ୍କୁ ଲାର୍ଜର ଦ୍ୟାନ୍ ଲାଇଫ୍ ଅବତାର ଦେଖାଯିବ। ଫିଲ୍ମର ସୁଟିଂ ମଝିରେ ଅଭିନେତା ପ୍ରଭାସ ନିଜର ଫି ବଢ଼ିଥିବା କଥା ସମସ୍ତଙ୍କୁ ଅବାକ କରିଦେଇଛି । ଯେଉଁଠି ପାଇଁ  ନିର୍ମାତା ଏବେ ଚିନ୍ତାରେ ।

 

ସୂଚନା ଅନୁଯାୟୀ, ଫିଲ୍ମର ସୁଟିଂ ଅଧାରୁ ଅଧିକ ସରିଲାଣି କିନ୍ତୁ ପ୍ରଭାସ ହଠାତ୍ ତାଙ୍କ ଫି’ ବୃଦ୍ଧି କରିବାକୁ କହିଛନ୍ତି। ପ୍ରଭାସ ତାଙ୍କ ଶୁଳ୍କକୁ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ପରେ ନିର୍ମାତା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ପୂର୍ବରୁ ପ୍ରଭାସଙ୍କ ଫି ୯୦ ରୁ ୧୦୦ କୋଟି ମଧ୍ୟରେ ସ୍ଥିର କରାଯାଇଥିଲା।ପ୍ରଭାସଙ୍କ ଫି’ର ହଠାତ୍ ବୃଦ୍ଧି ହେତୁ ନିର୍ମାତା ଦ୍ୱନ୍ଦ୍ୱରେ ପଡିଛନ୍ତି। କାରଣ ସେମାନଙ୍କୁ ଫିଲ୍ମର ପୁରା ବଜେଟ୍ ସଂଶୋଧନ କରିବାକୁ ପଡିବ ଏବଂ ଏହାକୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ପଡିବ। ନିର୍ମାତାଙ୍କ ପାଇଁ ପ୍ରଭାସଙ୍କ ଏହି ଉପାୟରେ ଫି ବୃଦ୍ଧି ମଧ୍ୟ ଆଶ୍ଚର୍ଯ୍ୟଜନକ କାରଣ ତାଙ୍କର ପୂର୍ବ ଫିଲ୍ମ ‘ରାଧେ ଶ୍ୟାମ’ ବକ୍ସ ଅଫିସରେ ଫ୍ଲପ୍ ବୋଲି ହୋଇଥିଲା।