ପୁଏର୍ତୋ ରିକୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ପୋଲାଣ୍ଡ ନିଜ ପଡୋଶୀ ଦେଶର ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ସହିତ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ଛାତ୍ରମାନଙ୍କୁ ମଧ୍ୟ ସାହାଯ୍ୟ କରି ଚର୍ଚ୍ଚା ସାଉଁଟିଛି। ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ମଧ୍ୟରେ ପୋଲାଣ୍ଡର ଏକ ନୂଆ ତାଜ୍ ହାସଲ କରିଛି । ପୋଲାଣ୍ଡ ସୁନ୍ଦରୀ କରୋଲିନା ବିଲାୱାସ୍କା ମିସ୍ ୱାର୍ଲ୍ଡ ୨୦୨୧ ଟାଇଟଲ ଜିତିଛନ୍ତି । ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ୭୦ ତମ ସଂସ୍କରଣରେ ଭାରତୀୟ-ଆମେରିକୀୟ ଶ୍ରୀସୈନି ପ୍ରଥମ ରନର୍ ଅପ୍ ହୋଇଥିବାବେଳେ ପଶ୍ଚିମ ଆଫ୍ରିକୀୟ ଦେଶ ଆଇଭୋରୀ କୋଷ୍ଟର ଅଲିଭିଆ ୟେସ୍ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। ଭାରତୀୟ ପ୍ରତିଯୋଗୀ ମନସା ବାରାଣାସୀର ଏହି ସୁନ୍ଦରୀ ପ୍ରତିଯୋଗିତାରେ ଟପ-୧୩ରେ ପହଞ୍ଚିବା ପରେ ପ୍ରତିଯୋଗିତାରୁ ବାଦ୍ ପଡ଼ିଥିଲେ ।

- ପୋଲାଣ୍ଡର କରୋଲିନା ଜିତିଲେ ମିସ୍ ୱାର୍ଲ୍ଡର ତାଜ୍
ପୋଲାଣ୍ଡର କରୋଲିନା ବିଲାୱାସ୍କା ମିସ୍ ୱାର୍ଲ୍ଡ ୨୦୨୧ ବିଜେତା ମୁକୁଟ ପିନ୍ଧିଛନ୍ତି | ପୁଏର୍ତୋ ରିକୋର କୋକାକୋଲା ମ୍ୟୁଜିକ୍ ହଲରେ କରୋଲିନା ମିସ୍ ୱାର୍ଲ୍ଡ ୨୦୨୧ର ବିଜୟ ମୁକୁଟ ପିନ୍ଧିଥିଲେ | ଜାମାଇକର ଟନି ଆନ୍ ସିଂ କରୋଲିନାଙ୍କୁ ମିସ୍ ୱାର୍ଲ୍ଡ ଭାବରେ ମୁକୁଟ ପିନ୍ଧାଇଥିଲେ | ଆମେରିକାର ଶ୍ରୀସୈନି ପ୍ରଥମ ରନର୍ ଅପ୍ ହୋଇଥିଲେ। ତେଣୁ କୋଟ ଡି ଆଇଭୋରର ଅଲିଭିଆ ଦ୍ୱିତୀୟ ସ୍ଥାନରେ ରହିଥିଲେ | ପୁଏର୍ତୋ ରିକୋରେ ଅନୁଷ୍ଠିତ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଏହା ୭୦ ତମ ସଂସ୍କରଣ ଥିଲା |

- କିଏ ଏହି କରୋଲିନା ବିଲାୱାସ୍କା?
ମିଡିଆ ରିପୋର୍ଟ ଅନୁଯାୟୀ, କରୋଲିନା ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରୁଛନ୍ତି। ସେ ପଢିବା ଏବଂ ଲେଖିବାକୁ ମଧ୍ୟ ବହୁତ ଭଲ ପାଆନ୍ତି | ସେ ଜଣେ ପେସାଦାର ମଡେଲ୍ ମଧ୍ୟ ଅଟନ୍ତି | ତଥାପି ସେ ଭବିଷ୍ୟତରେ ଜଣେ ପ୍ରେରଣାଦାୟକ ବକ୍ତା ହେବାକୁ ଚାହାଁନ୍ତି | କରୋଲିନା ସୁଇମିଙ୍ଗ ଏବଂ ସ୍କୁବା ଡ୍ରାଇଭିଂକୁ କରିବାକୁ ଭଲ ପାଆନ୍ତି | ଏହା ବ୍ୟତୀତ ସେ କ୍ରୀଡା ପ୍ରତି ମଧ୍ୟ ବେଶ୍ ଆଗ୍ରହୀ ଅଟନ୍ତି | କରୋଲିନା ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବାକୁ ପସନ୍ଦ କରନ୍ତି |

- ଭାରତର ଆଶା ଶେଷ
ଏହାପୂର୍ବରୁ ମିସ୍ ୱାର୍ଲ୍ଡ ୨୦୨୧ ଡିସେମ୍ବର ୧୭ରେ ହେବାର ଥିଲା, କିନ୍ତୁ କରୋନା ମହାମାରୀ କାରଣରୁ ଏହି ଇଭେଣ୍ଟ ସ୍ଥଗିତ ରଖାଯାଇଥିଲା |ତେବେ ଏହି ସମୟରେ ଅନେକ ଦେଶର ପ୍ରତିଯୋଗୀ ଏହି ମହାମାରୀର ଶିକାର ହୋଇଥିଲେ | ସେମାନଙ୍କ ମଧ୍ୟରେ ଭାରତୀୟ ପ୍ରତିଯୋଗୀ ମନସା ମଧ୍ୟ ସାମିଲ ଥିଲେ। କରୋଲିନାଙ୍କ ମୁଣ୍ଡରେ ବିଜୟର ତାଜ୍ ସଜା ହେବା ପରେ ଏବେ ମିସ୍ ୱାର୍ଲ୍ଡ ହେବା ପଥରେ ମନସାଙ୍କର ଯାତ୍ରା ଶେଷ ହୋଇଛି | ତେବେ ଭାରତୀୟ ପ୍ରତିଯୋଗୀ ମନସା ଶ୍ରେଷ୍ଠ ୬ରେ ମଧ୍ୟ ସ୍ଥାନ ପାଇ ପାରିନଥିଲେ |