ରାଜ୍ୟରେ ଅନଲାନ୍ ୪ ଅନୁସାରେ ସ୍କୁଲ ଓ କଲେଜ ଖୋଲା , ସାମିଲ ହୋଇପାରିବେ ୫୦% ଛାତ୍ରଛାତ୍ରୀ

କରୋନା ମହାମାରୀ ପାଇଁ ଦେଶର ବହୁ ରାଜ୍ୟରେ ଲକଡାଉନ୍ ଓ କଟକଣା ଏବେ ବି ଜାରି ରହିଛି। ଏହା ଭିତରେ ବିହାରର ଲୋକଙ୍କୁ ଅନଲକ୍-୪ରେ ବଡ ଧରଣର ମିଳିଛି ଆଶ୍ବସ୍ଥି।

(ପାଟନା) : କରୋନା ମହାମାରୀ ପାଇଁ ଦେଶର ବହୁ ରାଜ୍ୟରେ ଲକଡାଉନ୍ ଓ କଟକଣା ଏବେ ବି ଜାରି ରହିଛି। ଏହା ଭିତରେ ବିହାରର ଲୋକଙ୍କୁ ଅନଲକ୍-୪ରେ ବଡ ଧରଣର ମିଳିଛି ଆଶ୍ବସ୍ଥି। ନୀତୀଶ ସରକାର ଅନଲାନ୍ ୪ ଅନୁସାରେ ସ୍କୁଲ କଲେଜ୍ ସହିତ ଅନ୍ୟ ସଂସ୍ଥାକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି। ସୋମବାର ଅନଲକ୍-୪ ବିଷୟରେ ସୂଚନା ଦେଇ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ବିଟ୍ କରିଛନ୍ତି।

ସୁଚନାନୁଯାୟୀ , ବିହାର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଏକାଦଶ ଓ ଦ୍ବାଦାଶ ପର୍ଯ୍ୟନ୍ତ ସ୍କୁଲ ସହିତ କଲେଜ୍, ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍, ସରକାରୀ ସଂସ୍ଥାକୁ ୫୦ ପ୍ରତିଶତ ଛାତ୍ର-ଛାତ୍ରୀଙ୍କ ଉପସ୍ଥିତିରେ ଖୋଲିବାର ନିଷ୍ପତ୍ତି ନେଇଛନ୍ତି। ଏହାଛଡା ରେଷ୍ଟୁରାଣ୍ଟ ଓ ଖାଦ୍ୟପେୟର ଦୋକାନ ଖୋଲିବାର ଅନୁମତି ଦେଇ ବିହାର ସରକାର ବଡ ଧରଣର ଆଶ୍ବସ୍ଥି ଦେଇଛନ୍ତି।