ବନ ବିଭାଗ ତରଫରୁ ଚୋରା ପଥର ବୋଝେଇ ଟ୍ରାକ୍ଟର ଜବତ

(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ): ରାଇରଙ୍ଗପୁର ବନଖଣ୍ଡ କାର୍ୟ୍ୟାଳୟ ଅନ୍ତର୍ଗତ ଗୋରୁମହିଷାଣି ବନ ସେକସନର ବନ୍ ବିଭାଗ କର୍ମଚାରୀ କଟୁପିଟ ଜଙ୍ଗଲ ଅଂଚଳରେ ପେଟ୍ରୋଶିଂ କରୁଥିଲେ । ହଠାତ୍ କିଛି ପଥର ଗୋଟାଳି ସେମାନଙ୍କୁ ଦେଖି ପ୍ରାଣ ବିକଳରେ ଦୌଡି ପକାଇଥିଲେ । ସେମାନଙ୍କୁ ଦେଖି ବନ ବିଭାଗର ସନ୍ଦେହ ହେଲା, ପରେ ବନ ବିଭାଗ କର୍ମଚାରୀ କିଛିବାଟ ଗଲା ପରେ ଏକ ନୀଳ ରଂଗ ଟ୍ରାକ୍ଟର ଦେଖିଥିଲେ ଯେଉଁଥିରେ ପଥର ଭର୍ତ୍ତି ହୋଇଥିଲା । ଗୋରୁମହିଷାଣି ଫରେଷ୍ଟର ମନୋରଂଜନ ନାଏକ ଏବଂ ଅନ୍ୟ ଷ୍ଟାଫ୍ ମାନେ ଟ୍ରାକ୍ଟର ଜବତ କରି ରାଇରଙ୍ଗପୁର ବନାଞ୍ଚଳ କାର୍ୟ୍ୟାଳୟକୁ ଆଣିଥିଲେ ।ସେଠାରେ ମାମଲା ରୁଜୁ କରାଯାଇଛି ।