ଡ଼୍ରାଇଭର ମହାସଂଘର ସମାବେଶ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ଓଡ଼ିଶା ଡ଼୍ରାଇଭର ମହାସଂଘର କୁଜଙ୍ଗ ଶାଖା ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୩୦୦ ଶହରୁ ଉଦ୍ଧ୍ୱର୍ ଡ୍ରାଇଭର ମାନଙ୍କୁ ନେଇ କୁଜଙ୍ଗ ତାଳଦଣ୍ଡା ନିକଟରୁ ଏକ ବିଶାଳ ରାଲି ବାହାରି ସନ୍ତରା ସାଇ ମନ୍ଦିର ନିକଟରେ ପହଞ୍ଚିଥିଲେ। ଏଥିରେ ଓଡ଼ିଶା ଡ଼୍ରାଇଭର ମହାସଂଘର ସଭାପତି, ସମ୍ପାଦକ, କୁଜଙ୍ଗ ଶାଖା ଓ ଜଗତସିଂହପୁର ଶାଖାର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଦେଶର ଅର୍ଥନୀତିରେ ଡ଼୍ରାଇଭର ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ସରକାର ଓ ସାଧାରଣ ଜନତା , ଡ଼୍ରାଇଭର ମାନଙ୍କୁ ଅଣଦେଖା କରୁଛନ୍ତି। ଯାହାର ବିରୋଧ କରିଛି ଡ଼୍ରାଇଭର ମହାସଂଘ। ପ୍ରତ୍ୟେକ ଡ଼୍ରାଇଭରଙ୍କୁ ବୀମାଭୁକ୍ତ କରିବା, ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂର ସୁବିଧା ସହିତ ପାନୀୟ ଜଳର ସୁବିଧା କରିବା ଏବଂ ଦରମାର ସମୟସୀମା ସରକାର ନିର୍ଧାରଣ କରିବାକୁ ମହାସଂଘ ଦାବି କରିଛି।